କୁଣ୍ଡାଝରି ଇ-ପତ୍ରିକା ଅକ୍ଟୋବର -୨୦୨୫| ସଂସ୍କରଣ-୧୬|Kundajhari Epatrika October 2025|Edition -16

କୁଣ୍ଡାଝରି ଇ-ପତ୍ରିକା ଅକ୍ଟୋବର -୨୦୨୫ ସଂସ୍କରଣ-୧୬


ଭାରତୀର ଅନ୍ୟ ରାଜ୍ୟର ସଂସ୍କୃତି ଓ ପରମ୍ପରା , ଓଡ଼ିଆ ସଂସ୍କୃତି ଓ ପରମ୍ପରା ମଧ୍ଯରେ ଅନେକ ପାର୍ଥକ୍ୟ ରହିଛି । ଓଡ଼ିଆ ଙ୍କ ପ୍ରତ୍ୟେକ ରୀତି-ନୀତି, ଉତ୍ସବ ଓ ଲୋକ ପ୍ରଚଳିତ ଆଚାର ରେ ଜୀବନ ଦର୍ଶନ ଓ ଆଧ୍ୟାତ୍ମିକ ଚେତନାର ଗଭୀର ପ୍ରତିଛବି ରହିଛି। ଯେପରି ଏକ ଦୀର୍ଘ ପରମ୍ପରା ହେଉଛି “ଦାସକାଠିଆ”, ଯାହା ଓଡ଼ିଶାର ଗାଁ-ଘର, ମଠ-ମନ୍ଦିର ଓ ମଞ୍ଚରେ ଆଜିବି ସଂସ୍କୃତିର ଜୀବନ ସ୍ୱର ଭାବେ ଗୁଞ୍ଜି ଉଠେ।

ଦାସକାଠିଆ ହେଉଛି ଓଡ଼ିଶାର ଏକ ପ୍ରଚଳିତ ଲୋକ ସାହିତ୍ୟ ଓ ସାଧନା ଶିଳ୍ପ, ଯେଉଁଥିରେ ଦୁଇଜଣ ଦାସ (ଗାୟକ) କାଠି (ଦଣ୍ଡ) ଧରି ଗାୟନ ଓ ଅଭିନୟ ମାଧ୍ୟମରେ ଧର୍ମ, ନୀତି, ଆଦର୍ଶ ଓ ଆଧ୍ୟାତ୍ମିକ ଚେତନାର ବାଣୀ ପ୍ରସାର କରନ୍ତି। “ଦାସ” ମାନେ ଭଗବାନଙ୍କ ଦାସ, ଏବଂ “କାଠିଆ” ମାନେ କାଠିରେ ବାଦ୍ୟ ବଜାଉଥିବା ଅଭିନେତା। ସେହିପରି ଦାସକାଠିଆ ଅର୍ଥ ହେଉଛି – ଭଗବାନଙ୍କ ସେବାରେ ନିଯୁକ୍ତ ଜଣେ ଭକ୍ତ ଯେ, କି ଗୀତ ଓ ଭକ୍ତିରେ ଲିନ ହୋଇ ସାଧନା କରନ୍ତି।

ଦାସକାଠିଆ ମାନେ କେବଳ ଗୀତ ଗାୟକ ନୁହନ୍ତି। ସେମାନେ ଗାଁ-ଗାଁରେ ନୀତି, ସତ୍ୟ, ଧର୍ମ ଓ ମୂଲ୍ୟବୋଧର ପ୍ରଚାରକ। ସେମାନେ ଭଗବାନ ଜଗନ୍ନାଥ, ରାଧାକୃଷ୍ଣ, ରାମ, ଶିବ ଓ ଅନ୍ୟ ଦେବଦେବୀଙ୍କ ଲୀଳା ଗାୟନ କରି ଲୋକମାନଙ୍କୁ ଭକ୍ତି ଓ ସତ୍ ପଥର ଶିକ୍ଷା ଦେଇଥାନ୍ତି।
ଏହା ହେଉଛି ଲୋକ ଶିକ୍ଷାର ଏକ ସ୍ୱାଭାବିକ ମାଧ୍ୟମ, ଯେଉଁଠି ଶିକ୍ଷା ମାନେ ପଢ଼ା-ଲେଖା ନୁହେଁ, ଜୀବନ ଜୀବିକା ଓ ମାନବୀୟ ମୂଲ୍ୟର ଅନୁଭବ। ଦାସକାଠିଆ ଗାୟନ ଓଡ଼ିଆ ସାହିତ୍ୟର ଏକ ଅଭିନ୍ନ ଅଂଶ। ଏହି ଗାୟନ ରେ ଛନ୍ଦ, ରାଗ, ତାଳ ଓ କାବ୍ୟ ଭାବନାର ଏକ ଅନନ୍ୟ ସମନ୍ୱୟ ରହେ। ଦାସକାଠିଆ ମାନେ ସ୍ଥାନୀୟ ଭାଷାରେ ଗାୟନ କରୁଥିବାରୁ ସେମାନଙ୍କ ବାଣୀ ସରଳ ଓ ହୃଦୟସ୍ପର୍ଶୀ ହୁଏ। ଏହା ଓଡ଼ିଆ ଭାଷାକୁ ଜୀବନ୍ତ ରଖିଛି, ଲୋକଙ୍କ ମନରେ ଭକ୍ତିର ଅଗ୍ନି ଜଗାଇ ରଖିଛି।

ଆଧୁନିକ ଯୁଗରେ ଟିଭି, ଇଣ୍ଟରନେଟ ଓ ମାସ ମିଡିଆ ର ଆକ୍ରମଣ ମଧ୍ୟରେ ଦାସକାଠିଆ ପରମ୍ପରା ଧିରେ ଧିରେ ବିଲୁପ୍ତ ହେଉଛି। ନୂଆ ପିଢ଼ି ଏହି ଲୋକକଳାର ମୂଲ୍ୟ ଓ ମନ୍ତ୍ରତ୍ୱକୁ ଭୁଲି ଯାଉଛନ୍ତି। ଏହି ସମୟରେ ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି , ଏହି ପରମ୍ପରାକୁ ପୁନଃଜୀବନ ଦେବା, ଶିକ୍ଷା ପ୍ରଣାଳୀ ଓ ସଂସ୍କୃତିକ ଅଭିନୟରେ ଏହାକୁ ସାମିଲ କରିବା। 

ଧନ୍ୟବାଦ୍।

Post a Comment

💬 We welcome your thoughts!
Please keep your comments respectful and relevant to the topic. All comments are moderated and may take some time to appear.

Previous Post Next Post