କୁଣ୍ଡାଝରି ଇ-ପତ୍ରିକା ଅଗଷ୍ଟ -୨୦୨୫ ସଂସ୍କରଣ-୧୪
ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ମୋର ପ୍ରଣାମ 🙏 କନିଷ୍ଠ ମାନଙ୍କୁ ଢେର୍ ସାରା ଭଲପାଇବା💐। କୁଣ୍ଡାଝରି ଇ-ପତ୍ରିକା ବାର୍ଷିକ ଉତ୍ସବ-୨୦୨୫ ପାଳନ ସରିଯାଇଛି। କୁଣ୍ଡାଝରି ଇ-ପତ୍ରିକା ୦୭ ଜୁଲାଇ ୨୦୨୪ ରବିବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ରେ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଥିଲା। ୦୬ ଜୁଲାଇ ୨୦୨୫ ରବିବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଅବସରରେ କୁଣ୍ଡାଝରି ଇ-ପତ୍ରିକା ର ବାର୍ଷିକ ଉତ୍ସବ ପାଳନ କରାଗଲା। କିଛି ସ୍ମୃତି କିଛି ଅନୁଭୂତି ଆପଣ ମାନଙ୍କ ସହିତ share କରୁଛି।
ଦୀର୍ଘ ଏକବର୍ଷର ବ୍ଯବଧାନ ପରେ ଅପେକ୍ଷାର ଅନ୍ତ ଘଟିବାକୁ ଦୁଇ ଦିନ ବାକି ଥିଲା। ସାରା ରାଜ୍ୟରେ ଲଘୁଚାପ ବର୍ଷା ତୁହାକୁ ତୁହା ବର୍ଷି ଚାଲିଥାଏ। କେବଳ ଯେ, ଓଡ଼ିଶାରେ ବର୍ଷା ତାହା ନୁହେଁ ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଧ୍ୟ ବର୍ଷାରେ ପ୍ରଭାବିତ ହେଉଥାନ୍ତି। ମନରେ ଭାରି ଡର, “କୁଣ୍ଡାଝରି ଇ-ପରିବାରର(ଇ-ପତ୍ରିକାର) ପ୍ରଥମ ବାର୍ଷିକ ଉତ୍ସବ” । ସାରା ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାର ସାହିତ୍ୟିକ ବନ୍ଧୁମାନେ ଯୋଗଦେବାପାଇଁ ସମ୍ମତି ପ୍ରଦାନ କରିଥିଲେ ମଧ୍ୟ, ମୋର ମନ ମଧ୍ଯରେ ଦ୍ୱନ୍ଦର ବାତାବରଣ ସୃଷ୍ଟି ହେଉଥାଏ। କାହିଁକି ନା ଅଧିକାଂଶ ସ୍ରଷ୍ଟା ବନ୍ଧୁମାନେ ହେଉଛନ୍ତି ବୟସ୍କ ଏତେ ବର୍ଷା ରେ ଘରୁ ବାହାରି ଆସିବା କଣ ସହଜ ହେବ? ଆମର ସହଯୋଗୀ ବନ୍ଧୁମାନେ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଫୋନ କଲେ। କିଛି ବନ୍ଧୁଙ୍କ ଉତ୍ତର ଆମକୁ ଉତ୍ସାହିତ କଲା। ଆଉକିଛି ବନ୍ଧୁଙ୍କ ଉତ୍ତର ଆମକୁ ମଳିନତା ଆଣିଦେଲା। ବିଶେଷ କରି ସୁଦୂର ବରଗଡ଼ ରୁ ଆସିଥିବା ମନ୍ଦାକିନୀ ପାଢ଼ୀ ମାଡାମଙ୍କ କଥା। ତାଙ୍କୁ ମୁଁ ମୋ ଅନ୍ତରରୁ ସମ୍ମାନ ଜଣାଉଛି। ତାଙ୍କ ଝିଅ ଅସୁସ୍ଥତା ସତ୍ତ୍ୱେ ଆମର ଅନୁରୋଧ ରକ୍ଷାକରି କୁଣ୍ଡାଝରି ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। କାରଣ ତାଙ୍କୁ “ବିଜୟଲକ୍ଷ୍ମୀ ନାରୀ କବି ସମ୍ମାନ” ରେ ସମ୍ମାନୀତ କରିବା ପାଇଁ ରାଉରକେଲା ରୁ କବି ବିଜୟଲକ୍ଷ୍ମୀ (ଯିଏକି ବର୍ତ୍ତମାନ ସନ୍ଯାସିନୀ) ଙ୍କ ସ୍ବାମୀ ଡାକ୍ତର ଧନେଶ୍ଵର ମାଝି (ଯାହାଙ୍କ ବୟସ ବର୍ତ୍ତମାନ ୮୭ ବର୍ଷ) ଆସି ଅନଗୁଳ ରେ ପହଞ୍ଚି ଥିଲେ।
ଅନ୍ୟ ଏକ ଘଟଣା ଆମ ହୃଦୟରେ କୋହ ତଥା ଉତ୍ସାହ ସୃଷ୍ଟି କରିଛି। ଭାଇ ଚନ୍ଦ୍ରଶେଖର ନିଜ ପିତାଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସତ୍ୱେ କୁଣ୍ଡାଝରି ବାର୍ଷିକ ଉତ୍ସବରେ ଯୋଗଦେବା କିଛି କମ୍ କଥା ନୁହେଁ। ମାଡାମ ନଳିନୀ ମଞ୍ଜରୀ ଦାସ କହିଲେ, “ବାହୁଡ଼ା ଯାତ୍ରାରେ ପୁରୀରେ ଥିଲି। ଇଛା ଥିଲା ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବା ପାଇଁ । କାହିଁକି କେଜାଣି ଟାଣି ହୋଇ କୁଣ୍ଡାଝରି ବାର୍ଷିକ ଉତ୍ସବ କୁ ପଳାଇ ଆସିଲି।” ଏହିପରି ଅନେକ ଘଟଣା ହୃଦୟରେ କୋହ ତଥା ଆଲୋଡନ ସୃଷ୍ଟି କରିଛି।
ଅନେକ ସ୍ରଷ୍ଟାବନ୍ଧୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ କୁଣ୍ଡାଝରି ବାର୍ଷିକ ଉତ୍ସବରେ ଯୋଗଦେଇ ପାରିଲେ ନାହିଁ। ବର୍ଷାଯୋଗୁଁ ଆଉକିଛି ବନ୍ଧୁଙ୍କ କ୍ଷେତ୍ରରେ , ଇଚ୍ଛା ଥାଇ ମଧ୍ୟ ଉତ୍ସବରେ ଯୋଗଦେବା ସମ୍ଭବ ହେଲାନାହିଁ। ସେ ସବୁର କଥା ଆପଣ ମାନେ ପାଠକୀୟ ମତାମତ ରୁ ପଢ଼ି ପାରିବେ।ଆଉକିଛି ବନ୍ଧୁ ସମ୍ମାନିତ ପ୍ରତିଭା ଚୟନ କୁ ନେଇ ପ୍ରଶ୍ନ ଉଠାଇଥିଲେ। ମୁଁ ସତ୍ତ୍ୱ ପ୍ରବୃତ୍ତ ଭାବରେ ଜଣାଇ ଦେଉଛି,
ଯେଉଁ ମାନେ କୁଣ୍ଡାଝରି ଇ-ପତ୍ରିକା ପାଇଁ ଲେଖୁଛନ୍ତି ଏବଂ କୁଣ୍ଡାଝରି ଇ-ପରିଵାର WhatsApp group ରେ ଅଛନ୍ତି ସେମାନେ ହେଉଛନ୍ତି କୁଣ୍ଡାଝରି ଇ-ପରିବାରର ସଦସ୍ୟ। ଆମର ଲକ୍ଷ୍ୟ ହେଲା ଆମ ପରିବାର ସଦସ୍ୟଙ୍କୁ ସାହିତ୍ୟ ସାଧନାରେ ବ୍ରତୀ ହେବାପାଇଁ ଉତ୍ସାହିତ କରିବା। ସେଥିପାଇଁ , ଆମ ସ୍ରଷ୍ଟାଙ୍କ ସଂକ୍ଷିପ୍ତ ପରିଚୟ, ଅଳ୍ପରେ ଆଳାପ , ପୁସ୍ତକ ସମୀକ୍ଷା ଓ ସମସ୍ତ ସ୍ରଷ୍ଟା ବନ୍ଧୁମାନେ ବାର୍ଷିକ ଉତ୍ସବ ରେ ଏକାଠି ହେବା ଆଦି କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଛି।
ଆମ website ରେ ଭ୍ରମଣ କାହାଣୀ, ପ୍ରବନ୍ଧ, ଆତ୍ମ ଜୀବନୀ, ପର୍ବ ପର୍ବାଣୀ ସମ୍ପର୍କରେ ଲେଖା ପୋଷ୍ଟ କରିପାରିବେ। ଆମ website ହେଉଛି Kundajhari epatrika (www.heroexercise.com) । ଆଉକିଛି ଦିନ ପରେ ସମୟ ସୁବିଧା ଦେଖି ଅନଲାଇନ୍ ରେ ମାସିକ କବିତା ପାଠୋତ୍ସବ ଆରମ୍ଭ କରାଯିବ।
ଏବେ ସମ୍ମାନିତ ପ୍ରତିଭା ଚୟନ କୁ ନେଇ ଉଠିଥିବା ପ୍ରଶ୍ନ ର ଉତ୍ତର ରଖୁଛି। ପ୍ରଥମରୁ କୁଣ୍ଡାଝରି ଇ-ପରିଵାର WhatsApp ଗ୍ରୁପ ରେ ମୁଁ ସ୍ପଷ୍ଟ ଲେଖିଥିଲି , “ଯେଉଁ ସ୍ରଷ୍ଟା ବନ୍ଧୁମାନେ କୁଣ୍ଡାଝରି ଇ-ପତ୍ରିକା ର ବାର୍ଷିକ ଉତ୍ସବ-୨୦୨୫ ରେ ଯୋଗ ଦେବାପାଇଁ ସମ୍ମତି ପ୍ରଦାନ କରିବେ ସେମାନଙ୍କ ମଧ୍ୟରୁ ସମ୍ମାନିତ ପ୍ରତିଭା ଚୟନ କରାଯିବ। ଅନେକ ସ୍ରଷ୍ଟା ବନ୍ଧୁ କୁଣ୍ଡାଝରି ଇ-ପରିଵାର WhatsApp group ରେ, ଉତ୍ସବ ରେ ଯୋଗ ଦେବାପାଇଁ ସମ୍ମତି ପ୍ରଦାନ କଲେ। ଆଉକିଛି ସ୍ରଷ୍ଟା ବନ୍ଧୁ ଇ-ମେଲ୍ ଓ ବ୍ୟକ୍ତିଗତ whatsapp no. ରେ ମେସେଜ କରି ଆମକୁ ଉତ୍ସାହିତ କରିଥିଲେ। ଉତ୍ସବରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ।
ଏହାରି ମଧ୍ୟରୁ ପ୍ରତିଭା ଚୟନ କରାଗଲା। ନିଷ୍ପତ୍ତି ନିଆଗଲା
୧-ଗୋଟିଏ ଜିଲ୍ଲା ରୁ ଜଣେ ସ୍ରଷ୍ଟା ବନ୍ଧୁଙ୍କୁ ସମ୍ମାନିତ କରାଯିବ । ସେହି ହିସାବରେ ଏକ ତାଲିକା ପ୍ରସ୍ତୁତ କରାଗଲା।
୨-ସେହି ତାଲିକା ରୁ ବଛାଗଲା “ଯିଏ ବର୍ଷ ତମାମ ଲେଖା ପଠାଇଛନ୍ତି”। ସେମାନଙ୍କର ଏକ ତାଲିକା ପ୍ରସ୍ତୁତ ହେଲା।
୩- ସେହି ନୂତନ ତାଲିକା ମଧ୍ୟରୁ ବୟୋଜ୍ୟେଷ୍ଠ ସ୍ରଷ୍ଟା ବନ୍ଧୁମାନଙ୍କୁ ଅଧିକ ଗୁରୁତ୍ବ ଦିଆଗଲା।
ସମ୍ମାନିତ ପ୍ରତିଭା ପାଇଁ ଚୟନ ହୋଇଥିବା କିଛି ସ୍ରଷ୍ଟାବନ୍ଧୁ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଜଣାଇଥିଲେ ଯେ, କ୍ରମାଗତ ବର୍ଷା ଓ ଶାରୀରିକ ଅସୁସ୍ଥତା ପାଇଁ ସେ କୁଣ୍ଡାଝରି ଇ-ପରିଵାର ବାର୍ଷିକ ଉତ୍ସବରେ ଯୋଗଦେଇ ପାରିବେ ନାହିଁ। ସେଥିପାଇଁ କେତେକାଂଶରେ ସମ୍ମାନିତ ପ୍ରତିଭା ପରିବର୍ତ୍ତନ କରାଯାଇଥିଲା।
ଧନ୍ୟବାଦ୍ ।