କୁଣ୍ଡାଝରି ଇ-ପତ୍ରିକା ମାର୍ଚ୍ଚ -୨୦୨୫ ସଂସ୍କରଣ-୯
କୁଣ୍ଡାଝରି ପରିବାର ତଥା ପାଠକ, ପାଠିକା, ସାରସ୍ଵତ ସାଧକ, ସାଧିକା, ବୟୋଜ୍ୟେଷ୍ଠ ମାନଙ୍କୁ ହୃଦୟରୁ ପ୍ରଣାମ। ପବିତ୍ର ଦୋଳପୂର୍ଣ୍ଣିମା,ଓ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ନେହ, ପ୍ରେମ, ତ୍ୟାଗ ଓ ବନ୍ଧୁତା ର ପର୍ବ ହୋଲି ସମସ୍ତଙ୍କ ହୃଦୟରେ ଭାତୃପ୍ରୀତି ଜାଗ୍ରତ କରିବା ସହ ସମସ୍ତ ଜୀବନ ରଙ୍ଗମୟ ହେଉ ଏହାହିଁ କାମନା। ରାଧାକୃଷ୍ଣ ଙ୍କ ଅପାର କରୁଣାରୁ ସମସ୍ତେ ସୁସ୍ଥ, ନିରାମୟ ରୁହନ୍ତୁ । ସାରସ୍ବତ ସାଧନାରେ ବ୍ରତୀ ରହି କାଳଜୟୀ ଲେଖା ସୃଷ୍ଟି କରି ବାଣୀ ଭଣ୍ଡାରକୁ ସମୃଦ୍ଧ କରନ୍ତୁ, ଏହାହିଁ କାମନା। ବିଭିନ୍ନ ବନ୍ଧୁ, ଶୁଭେଚ୍ଛୁ,ପାଠକ ମାନେ ନିଜର ଶ୍ରଦ୍ଧା ଭଲପାଇବା ପୂର୍ବକ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇ ସ୍ଵୀକୃତି ଜଣାଇଛନ୍ତି। ଯାହାକି ଆଗକୁ ବଢିବାକୁ ଆମକୁ ପ୍ରଚଣ୍ଡ ପ୍ରେରଣା ଯୋଗାଉଛି। ଏହି ମାର୍ଚ୍ଚ - ୨୦୨୫ ସଂଖ୍ୟାଟି ମଧ୍ୟ ପୂର୍ବ ସଂଖ୍ୟା ଭଳି ଅଜସ୍ର ପାଠକୀୟ ଆଦୃତି ଲାଭ କରିବ ବୋଲି ଦୃଢ଼ ଆଶା।
ବର୍ତ୍ତମାନ ସାରା ବିଶ୍ବ କ୍ରିକେଟ ଖେଳକୁ ନେଇ ହଲଚଲ ସୃଷ୍ଟି ହୋଇଛି। ଚାମ୍ପିୟନସ ଟ୍ରଫି ର ପ୍ରଥମ ଲିଗ୍ ମ୍ୟାଚ ଠାରୁ ଫାଇନାଲରେ ପହଞ୍ଚି ଅପରାଜେୟ ରହିଥିବା ଭାରତୀୟ ଦଳକୁ ସମସ୍ତ ଭାରତୀୟ ମାନେ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ଦଳର ଅଧିନାୟକ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ସମସ୍ତ ଖେଳାଳି ସୁସଙ୍ଗଠିତ ଭାବେ ଉଭୟ ବ୍ୟାଟିଂ,ବୋଲିଙ୍ଗରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଯାହାକି ପ୍ରତିପକ୍ଷ ଦଳକୁ ଖୁବ୍ ମହଙ୍ଗା ପଡୁଛି। ଦମଦାର ପ୍ରଦର୍ଶନ ରେ କୋଟି,କୋଟି ଭାରତୀୟଙ୍କ ସହ ସାରା ବିଶ୍ବର କ୍ରିକେଟ୍ ପ୍ରଶଂସକ ମାନେ ଖୁବ୍ ପ୍ରଶଂସା ସହ ସମର୍ଥନ ଜଣାଇଛନ୍ତି।ଏହି କ୍ରିକେଟ୍ ଖେଳ ଯୋଗୁଁ କୋଟି କୋଟି ଭାରତୀୟ ମାନେ ଏମିତି ପାଗଳ ଯେ ନିଜର କର୍ମକୁ ପଛରେ ପକାଇ ସମୟର ଅପଚୟ କରିବାକୁ ପଛାଉ ନାହାନ୍ତି।ଖାସ୍ କରି ଯୁବପିଢୀ ମାନେ କ୍ରିକେଟ୍ ଯୋଗୁ ଅନ୍ୟାନ୍ୟ ଖେଳକୁ ମଧ୍ୟ ଗୈାଣ କରି ଦେଉଛନ୍ତି। ଜାତୀୟ ଖେଳ ହକିର ପ୍ରାଧାନ୍ୟ କମି କମି ଯାଉଛି, ଏହା ନିଶ୍ଚିତ ସ୍ଵୀକାର କରିବାକୁ ପଡିବ।ଆଶା କରୁଛି ସମସ୍ତ ଯୁବପିଢୀ ନିଜର କର୍ମ କୁ ପ୍ରଥମେ ଦେଖି, ମାତ୍ରାଧିକ ସମୟର ଅପଚୟ ନକରି ହକି, କ୍ରିକେଟ୍ ସହ ଅନ୍ୟାନ୍ୟ କ୍ରୀଡାକୁ ଗୁରୁତ୍ଵ ଦେବାକୁ ନିବେଦନ।
ବର୍ତ୍ତମାନ ମାଂସ ରେ "ଗୋ-ମାଂସ" ମିଶିବା ଭଳି ଏକ ସ୍ପର୍ଶକାତର ଓ ସଙ୍ଗୀନ୍ ଘଟଣା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଯାହାକି ସମୁଦାୟ ସନାତନ ହିନ୍ଦୁ ସମାଜର ଭାବନା,ଓ ଜାତି ପ୍ରତି କୁଠାରାଘାତ କରାଯାଉଛି ବୋଲି ଗୁରୁତର ଅଭିଯୋଗ ଆସିଛି। ଜଗତର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀର ସତ୍ୟବାଦୀ ଅଞ୍ଚଳରୁ ଏଭଳି ଦୁଃଖଦ, ନିନ୍ଦନୀୟ, ଘୃଣ୍ୟ ଘଟଣା ସାମ୍ନା କୁ ଆସିଛି ।ଯଦି ପରୀକ୍ଷାଗାରକୁ ଯାଇଥିବା ନମୁନା ରୁ ଗୋମାଂସ ମିଶ୍ରଣ ସ୍ପଷ୍ଟ ହୁଏ, ତାହେଲେ କୁତ୍ସିତ କର୍ମ କରିଥିବା ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଲୋକଙ୍କ ରୋଷର ଶୀକାର ହେବା ନିଶ୍ଚିତ। ସେହି ସତ୍ୟବାଦୀ, ପୁରୀ ମାଟିର ପୁଅ ଉତ୍କଳମଣି ଗୋପବନ୍ଧୁ ଦାସ ନିଜର କାଳଜୟୀ ପୁସ୍ତକ "ଗୋ ମାହାତ୍ମ୍ୟ" ରେ ହିନ୍ଦୁ ମାନଙ୍କର ମାତା ରୂପେ ଗୋମାତାକୁ ପୂଜା ଓ ତାଙ୍କର ଅବଦାନ କୁ ସମାଜ ଉଚ୍ଚ ସମ୍ମାନ ସହ ତେତିଶ କୋଟି ଦେବା ତାଙ୍କ ବାସସ୍ଥାନ ହିଁ ଗୋମାତା ଙ୍କ ଶରୀରରେ ରହିଥାଏ। କିନ୍ତୁ ସ୍ଵାର୍ଥଲୋଭୀ ମଣିଷ, ଅନ୍ୟ ସଂପ୍ରଦାୟର ଙ୍କ ସହ ମିଶି କୁତ୍ସିତ, ଘୃଣ୍ୟ କାମ କରିବାକୁ ପଛାଉ ନାହାନ୍ତି। ଆମେ ଘରେ ପାଳିତ ଗୋ ମାତାଙ୍କ ଠାରୁ ସର୍ବସ୍ବ ପାଇବା ପରେ ଶେଷ ସମୟରେ ଦୟନୀୟ ଭାବେ ତାଙ୍କୁ କଂସେଇ ହାତରେ ବିକ୍ରି କରିଦେଉଛନ୍ତି।ଯାହାକି ଏହାର ଫାଇଦା ନେଉଛନ୍ତି ଅନ୍ୟ ସଂପ୍ରଦାୟର ର ବ୍ୟକ୍ତିମାନେ। ଏଣୁ ଏସବୁ କାର୍ଯ୍ୟ ପାଇଁ ପରୋକ୍ଷରେ ଆମେ ହିନ୍ଦୁ ମାନେ ହିଁ ଦାୟୀ। ଏଣୁ ଅନୁରୋଧ ଏଭଳି ଘୃଣ୍ୟ କାମରୁ ନିବୃତ୍ତ ରହି "ଗୋମାତା" ମାନଙ୍କୁ ଶେଷଦିନ ପର୍ଯ୍ୟନ୍ତ ନିଜପାଖରେ ରଖି ପାରିଲେ ତାଙ୍କ ତାଙ୍କ ପାଇ ଉପଯୁକ୍ତ ସମ୍ମାନ ହେବ। ତା’ ସହ ଗୋମାଂସ ବିକ୍ରିୟ କୁ ମଧ୍ୟ ରୋକାଯାଇପାରିବ, କିନ୍ତୁ ସରକାରୀ ସ୍ତରରେ ଆଇନ୍ କୁ ମଧ୍ୟ କଡ଼ାକଡ଼ି କରାଯିବା ଦରକାର।ଏ ମାଧ୍ୟମରେ ମଧ୍ୟ ସରକାରଙ୍କୁ ନିବେଦନ କରୁଛି।
