କୁଣ୍ଡାଝରି ଇ-ପତ୍ରିକା(ଫେବୃୟାରୀ -୨୦୨୫) ସଂସ୍କରଣ-୮
କୁଣ୍ଡାଝରି ପରିବାର ତଥା ସମସ୍ତ ପାଠକ ପାଠିକା ,ସାରସ୍ଵତ ସାଧକ ସାଧିକା, ବୟୋଜ୍ୟେଷ୍ଠ ମାନଙ୍କୁ ହୃଦୟରୁ ପ୍ରଣାମ🙏। ସମଧର୍ମି ତଥା କନିଷ୍ଠ ମାନଙ୍କୁ ଅଜସ୍ର ଭଲପାଇବା🌹 ସହ ଶୁଭେଚ୍ଛା💐। ଜାନୁଆରୀ -୨୦୨୫ ସଂଖ୍ୟା ପ୍ରକାଶିତ ହେଲାପରେ ବିଭିନ୍ନ ସ୍ଥାନରୁ ଫୋନ କଲ୍ ଓ ମେସେଜ ମାଧ୍ୟମରେ ବହୁ ବନ୍ଧୁ, ପାଠକ, ଶୁଭେଚ୍ଛୁ ନିଜର ଶ୍ରଦ୍ଧା, ଭଲପାଇବା ପୂର୍ବକ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇ ସ୍ଵୀକୃତି ଜଣାଇଛନ୍ତି। ଯାହାକି ଆଗକୁ ବଢିବାକୁ ଆମକୁ ପ୍ରଚଣ୍ଡ ପ୍ରେରଣା ଯୋଗାଇଛି। ୨୦୨୫ ଫେବୃୟାରୀ ସଂଖ୍ୟା ମଧ୍ୟ ପୂର୍ବ ସଂଖ୍ୟା ଭଳି ଅଜସ୍ର ପାଠକୀୟ ଆଦୃତି ଲାଭ କରିବ ବୋଲି ଦୃଢ଼ ଆଶା ଓ ବିଶ୍ୱାସ।
ଯେଉଁ ମାନଙ୍କର ସଠିକ ମାର୍ଗଦର୍ଶନ, ପ୍ରେରଣା, ଉପଦେଶ ବଳରେ "କୁଣ୍ଡାଝରି ଇ-ପତ୍ରିକା" ଆଜି ସଶକ୍ତ ହୋଇଛି, ସେମାନଙ୍କ ନିକଟରେ ଆମର ହୃଦୟଭରା ମଥାନୁଆଁ ପ୍ରଣାମ🙏। ସେମାନଙ୍କୁ ନେଇ ଆମ ପତ୍ରିକାର "ମାର୍ଗଦର୍ଶକ" ମଣ୍ଡଳୀ ଗଠିତ ହୋଇଛି । ସେମାନଙ୍କର ପ୍ରେରଣାଦାୟୀ ପରାମର୍ଶ, ଉଚିତ ମାର୍ଗଦର୍ଶନ କୁ ପାଥେୟ କରି "କୁଣ୍ଡାଝରି ଇ-ପତ୍ରିକା" ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଦିଶା ପଥରେ ଅଗ୍ରସର। ବର୍ତ୍ତମାନ ସାରା ବିଶ୍ବରେ ଭାଲେଣ୍ଟାଇନ୍ ଡେ ବା "ପ୍ରେମ ଦିବସ" ଭାବରେ ସମସ୍ତେ ପାଳନ କରୁଛନ୍ତି। କିନ୍ତୁ ବର୍ତ୍ତମାନ "ପ୍ରେମ" ଶବ୍ଦଟି ଏକ ଛଳନାତ୍ମକ ଶବ୍ଦ ଭାବେ ପରିଗଣିତ ହେଉଛି ପ୍ରତ୍ୟେକ କ୍ଷେତ୍ରର।
ପ୍ରେମ" ହେଉଛି ସତ୍ୟ, ଶିବ, ସୁନ୍ଦର, ଶାଶ୍ଵତ ଓ ଅମର। ପିତା, ମାତା, ମାତୃ, ଭଗ୍ନୀ, ସ୍ଵାମୀ, ସ୍ତ୍ରୀ ହେଉ ଅବା ସମସ୍ତ ଜୀବଜଗତ ମଧ୍ୟରେ ପ୍ରେମ ଜାଗ୍ରତ ହୁଏ।ଐଶରୀୟ ସତ୍ତା "ପ୍ରେମ" ମଜବୁତ୍ ଭାବେ ତିଷ୍ଠି ରହିଥାଏ। କିନ୍ତୁ ଏବେ ବହୁ ସ୍ଥାନରେ ପରିଲକ୍ଷିତ ହେଉଛି ଛଳନାତ୍ମକ ପ୍ରେମ। ଅଣ୍ଡାରୁ ଭେଣ୍ଡା କରିଲା ପରେ ପୁଅ, ବୋହୂ ମିଶି ବାପା ମାଆଙ୍କୁ ଘରୁ ତଡ଼ି ଦେଉଛନ୍ତି। ଦୟନୀୟ ସ୍ଥିତିରେ ବୃଦ୍ଧକାଳେ "ଜରାନିବାସ" ରେ ଦିନ କଟୁଛି ବାପା ମାଆଙ୍କର । ଏଠି ପ୍ରେମର ମାନେ କଣ ଏ'ୟା ? ବିବାହର ପ୍ରଲୋଭନ ଦେଖାଇ ଗୋଟେ ଝିଅର ସର୍ବସ୍ବାନ୍ତ କଲାପରେ ଅଧା ବାଟରେ ହାତ ଛାଡି ଦେଉଛି ପୁଅ ତା ବିଶ୍ଵାସ ରେ ବିଷ ଦେଇ। କେତେକ କ୍ଷେତ୍ରରେ ଦେଖାଯାଏ ବିବାହ ର ଅଳ୍ପ ଦିନରେ ଛାଡ଼ପତ୍ର କୁ ଆପଣାଉଛନ୍ତି ଏ ଯୁବପିଢି। ପ୍ରେମର ସଜ୍ଞା ଭୁଲି ଯାଉଛନ୍ତି କୁତ୍ସିତ ମାନସିକତା ଯୋଗୁ। ଆମ ପୂର୍ବଜ ମାନେ ନିବିଡ଼ ଭଲପାଇବା, ପରସ୍ପରର ସହଯୋଗ, ବିଶ୍ଵାସ, ବୁଝାମଣା, ଭରସା ମଧ୍ୟରେ ପ୍ରେମକୁ ସଶକ୍ତ କରିଥିଲେ। କିନ୍ତୁ ବିକୃତ ପାଶ୍ଚାତ୍ୟ ସଭ୍ୟତାରୁ ଆମଦାନୀ କରି ଆମ ଭାରତୀୟମାନେ ସଂସ୍କୃତି , ଅବିଶ୍ବାସର ପୁଞ୍ଜି ଭାବେ ଉଭା କରିଛନ୍ତି। କିନ୍ତୁ ଆମକୁ ବିଶ୍ୱାସ, ଭରସା, ତ୍ୟାଗ, ପ୍ରେମର ଅଗାଧ ସମୁଦ୍ରରେ ମୋହଗ୍ରସ୍ତ ହେବାକୁ ପଡିବ। ସମସ୍ତଙ୍କ ମଧ୍ୟରେ ଭାତୃପ୍ରେମ, ମଧୁମୟ ଜୀବନ ଭିତରେ ଅମୃତର ସନ୍ଧାନ ରେ ବ୍ରତୀ ହେବାକୁ ପଡିବ।
ସାରସ୍ବତ ସାଧକ ସାଧିକା ମାନେ ନିଜର ଲେଖନି ମାଧ୍ୟମରେ ଶାଶ୍ଵତ ପ୍ରେମ କୁ ଜନସମାଜରେ ବାଣ୍ଟିବା ସହ ନିଜ ପରିବାରକୁ ଏକ ସଂସ୍କାର ପୂର୍ଣ୍ଣ ଆଦର୍ଶ ପରିବାର ଭାବେ ଗଢ଼ି ତୋଳିବାକୁ ଆହ୍ୱାନ କରୁଛି।
ବନ୍ଦେ ଉତ୍କଳ ଜନନୀ ।