କୁଣ୍ଡାଝରି ଇ-ପତ୍ରିକା ଜୁନ -୨୦୨୫ ସଂସ୍କରଣ-୧୨|kundajhari epatrika Jun 2025 |edition 12

 

କୁଣ୍ଡାଝରି ଇ-ପତ୍ରିକା ଜୁନ -୨୦୨୫ ସଂସ୍କରଣ-୧୨


୭ ଜୁଲାଇ ୨୦୨୪ – ଏହି ଦିନଟି ଆମ ପାଇଁ ଗୌରବ ଓ ଅନ୍ତ ସ୍ଥଳରେ ଗଭୀର ଉତ୍ସାହର ଦିନ । ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥ ଜଗତର ନାଥ। ଭାଇ ଭଉଣୀ ସହିତ ପହଣ୍ଡି ବିଜେ କରୁଥାନ୍ତି। ଅନଲାଇନ୍ ରେ ଦେବଦାସୀ ପରି ପରିପ୍ରକାଶ କରିଥିଲା ମୋ ମା’ “କୁଣ୍ଡାଝରି ଇ-ପତ୍ରିକା”। ଏହି ଦିନ ଠାରୁ ଆମର "କୁଣ୍ଡାଝରି ଇ-ପତ୍ରିକା" ଏକ ନୂଆ ସ୍ଵର ରୂପେ ଅନଲାଇନ୍ ଜଗତରେ ଅନ୍ତର୍ଭୁକ୍ତ ହେଲା। ଏକ ସ୍ପଷ୍ଟ ଲକ୍ଷ୍ୟ ଏବଂ ଅତୁଟ ନିଶ୍ଚୟ ସହିତ ଆମେ ଆଗେଇ ଆଗେଇ ଆଗକୁ ବଢ଼ିଲୁ — ଓଡ଼ିଆ ସାହିତ୍ୟ, ସଂସ୍କୃତି, କଳା, ଓ ମନନୀୟ ଚିନ୍ତନକୁ ଜଗତ ସାମ୍ନାକୁ ଆଣିବା ପାଇଁ।

ଏକ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ ମାସ ଦ୍ୱିତୀୟ ସପ୍ତାହରେ ଏହି ଇ-ପତ୍ରିକା ପ୍ରକାଶ କରିଛୁ। ଏହା ଶୁଦ୍ଧ, ଏକ ପ୍ରକାଶନ ନୁହେଁ — ଏହା ଏକ ଆନ୍ଦୋଳନ, ଏକ ଶବ୍ଦର ଜାଗରଣ, ଯେଉଁଥିରେ ନୂତନ-ପୁରାତନ ଲେଖକ, କବି, ଚିନ୍ତକ ଓ ସଂସ୍କୃତିକ ମୁଲ୍ୟବୋଧ ଧାରଣ କରୁଥିବା ଲୋକମାନେ ସ୍ୱର ମିଳାଉଛନ୍ତି। ଏହି ଅଭିଯାନ ରେ ଯେଉଁ ସହଯୋଗୀ, ଲେଖକ, ପାଠକ ଓ ଶ୍ରୋତା ମାନେ ଅଛନ୍ତି, ସେମାନେ ଆମ ପାଇଁ ଏକ ଦୃଶ୍ୟ-ଅଦୃଶ୍ୟ ଶକ୍ତିର ସମାହାର।ଏବେ ଆମେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ । ଆସନ୍ତା ୬ ଜୁଲାଇ ୨୦୨୫ ପାଇଁ । ସେଦିନ ହେଉଛି ଶ୍ରୀବିଗ୍ରହ ମାନଙ୍କର ସୁନାବେଶ। ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀ ଙ୍କ ସହ ସଜ୍ଜିତ ହେବେ ସୁନା ଗହଣା ରେ। ଆମେ ସ୍ବପ୍ନ ଦେଖୁଛୁ ଆମେ ସଜେଇବୁ ଆମର କେତେକ ବୟୋଜ୍ୟେଷ୍ଠ ସ୍ରଷ୍ଟା ବନ୍ଧୁମାନଙ୍କୁ । ଏହି ଅବସର ଆମ ପାଇଁ ଏକ ମିଳନ ଓ ମନନର ଅବସର ହେବ। ଏଥିରେ ଆମେ ପୂର୍ବତନ ମାନ୍ୟଙ୍କ ସମ୍ମାନ, ନୂଆ ପ୍ରତିଭାଙ୍କ ଅନ୍ୱେଷଣ ଓ ଆଗାମୀ ଦିଗ ପାଇଁ ଗଭୀର ଅନୁଚିନ୍ତନ କରିବାକୁ ଯାଉଛୁ।


ଏହି ସଂଗଠନର ମୁଖ୍ୟ ସଂପାଦକ ଭାବରେ ମୁଁ ଗର୍ବ ଓ ଦାୟିତ୍ୱ ବୋଧ କରୁଛି। ଆପଣମାନଙ୍କ ସମର୍ଥନ ଓ ଭଲପାଇବା ବ୍ୟତୀତ ଏହି ଯାତ୍ରା ସମ୍ଭବ ହୋଇପାରି ନଥାନ୍ତା। ଆସନ୍ତୁ, ଏହି ବାର୍ଷିକ ଅବସରକୁ ଏକ ନୂଆ ଆଗାମୀ ପାଇଁ ପ୍ରେରଣାର ମୂଳ ମାନି, "କୁଣ୍ଡାଝରିର ବାର୍ଷିକ ଉତ୍ସବ"କୁ ଏକ ଜାଗ୍ରତ ସ୍ୱପ୍ନର ମଞ୍ଚ ବନାଇ ତୁଳିବା ଦିଗରେ ଆଉ ଏକ ପଦକ୍ଷେପ ଆଗେ ବଢ଼ାଇବା।

Post a Comment

💬 We welcome your thoughts!
Please keep your comments respectful and relevant to the topic. All comments are moderated and may take some time to appear.

Previous Post Next Post