କୁଣ୍ଡାଝରି ଇ-ପତ୍ରିକା ମଇ -୨୦୨୫ |Kundajhari epatrika may-2025| ସଂସ୍କରଣ-୧୧

 

କୁଣ୍ଡାଝରି ଇ-ପତ୍ରିକା ମଇ -୨୦୨୫ ସଂସ୍କରଣ-୧୧

କୁଣ୍ଡାଝରି ପରିବାର ତଥା ସମସ୍ତ ପାଠକ,ସାରସ୍ଵତ ସାଧକ, ସାଧିକା ବୟୋଜ୍ୟେଷ୍ଠ ମାନଙ୍କୁ ହୃଦୟରୁ ପ୍ରଣାମ🙏। ସମଧର୍ମୀ ତଥା କନିଷ୍ଠ ମାନଙ୍କୁ ଅଜସ୍ର ଭଲପାଇବା ସହ ଆନ୍ତରିକ ଶୁଭେଚ୍ଛା । ଅପ୍ରେଲ -୨୦୨୫ ସଂଖ୍ୟା ପ୍ରକାଶିତ ହେଲାପରେ ବିଭିନ୍ନ ସ୍ଥାନରୁ ବହୁ ପାଠକ,ଲେଖକ,ଓ ଶୁଭାକାଂକ୍ଷୀ ମାନେ ଫୋନ କଲ୍ ଓ ମେସେଜ ମାଧ୍ୟମରେ ନିଜ ନିଜର ଶ୍ରଦ୍ଧା, ଭଲପାଇବା ପୂର୍ବକ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇ ପାଠକୀୟ ସ୍ଵୀକୃତି ଜଣାଇଛନ୍ତି।ଯାହାକି ଆଗକୁ ବଢ଼ିବାକୁ ଆମକୁ ପ୍ରଚଣ୍ଡ ପ୍ରେରଣା ଯୋଗାଉଛି। ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।ମଇ-୨୫ ସଂଖ୍ୟାଟି ମଧ୍ୟ ପୂର୍ବ ସଂଖ୍ୟା ଭଳି ବିଶେଷ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ଓ ବିଶ୍ବାସ।
ଏଇ ଅଳ୍ପ କେତେବର୍ଷ ମଧ୍ୟରେ ବିଶ୍ବକୁ ଅନେକ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ତାରି ମଧ୍ୟରେ ସାରା ବିଶ୍ବରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ମଇ ୧ ତାରିଖରେ ପୂରା ବିଶ୍ୱ ଶ୍ରମିକ ଦିବସ ପାଳନ କରେ। ଏହି ଦିନଟି ଶ୍ରମିକଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ପାଇଁ ଲଢ଼ାଇର ଚିହ୍ନ। ଆମେରିକାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ଭାରତରେ ମଧ୍ୟ ଶ୍ରମିକ ମାନ୍ୟତା ଓ ସମାଜର ଗଠନରେ ମୂଳ ଭୂମିକା ନେଉଛି।
ଆଉ ଏକ ଦୀର୍ଘ ଦୁଃଖଦ ଅଧ୍ୟାୟ ହେଉଛି ଭାରତ-ପାକିସ୍ତାନ ସମ୍ପର୍କ। ୧୯୪୭ରୁ ଆଜି ପର୍ଯ୍ୟନ୍ତ ଦୁଇ ଦେଶ ଉପରେ ଉପରେ ଯୁଦ୍ଧ,ଉତ୍ତେଜନା ଓ ଆତଙ୍କବାଦ ଚାଲିଛି। ଏହି ବର୍ଷ ଏହା ଚରମ ସୀମାକୁ ପହଞ୍ଚିଲା, ଯେଉଁଠି ଏପ୍ରିଲ ୨୨ରେ କାଶ୍ମୀର ପହଲଗାଁମ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ନିର୍ଦ୍ଦୋଷ ପର୍ଯ୍ୟଟକ ମୃତ୍ୟୁବରଣ କରିଥିଲେ। ଏହା ପରେ ଭାରତ ପାକିସ୍ତାନ ଉପରେ "ଅପରେସନ ସିନ୍ଦୂର" ନାମକ ଆକ୍ରମଣ କଲା, ଯାହାରେ ପ୍ରମୁଖ ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ହମଲା ହେଲା।
୨୦୨୫ ଯୁଦ୍ଧ: ଏକ ନୂତନ ଦୃଶ୍ୟାବଳୀ - ଏହି ଯୁଦ୍ଧରେ ଦୁଇ ଦେଶ ବିପୁଳ ହାନି ଭୋଗିଛନ୍ତି। ଭାରତର ଆକ୍ରମଣରେ ପାକିସ୍ତାନର ଅନେକ ଆତଙ୍କବାଦୀ ଠିକଣା ଧ୍ୱଂସ ହେଲା, ଏବଂ ପାକିସ୍ତାନ ପ୍ରତିଶୋଧ ନେଇ ଭାରତର ସିମାନ୍ତ ଓ ଜନବହୁଳ ଅଞ୍ଚଳ ଉପରେ ଆକ୍ରମଣ କଲା। ଯଦିଓ ଭାରତୀୟ ଯୁଦ୍ଧ ବିମାନ ଗୁଡିକ, ପାକିସ୍ତାନ ର ଡ୍ରୋନ୍ ଗୁଡ଼ିକୁ ଧ୍ବଂସ କରିବାରେ ସମର୍ଥ ହେଲା ତଥାପି ଭାରତ ର ଅର୍ଥନୀତି ଉପରେ ଅନେକ ପ୍ରଭାବ ପଡିଛି। ଦୁଇ ଦେଶ ଏକ ଅତ୍ୟଧିକ ଆଗ୍ରହଣୀୟ ଯୁଦ୍ଧରେ ଜଡ଼ି ପଡ଼ିଥିଲେ, ଯାହାକୁ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଦ୍ୱାରା ଏକ ଅସ୍ଥାୟୀ ବିରତି ଆଣାଯାଇଛି ।
ଏହି ଘଟଣାମାଳା ଆମକୁ ଏହି ଶିକ୍ଷା ଦେଉଛି ଯେ, ଆତଙ୍କବାଦ ଓ ଯୁଦ୍ଧ କେବଳ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ଧନ ଜୀବନ ନଷ୍ଟ କରେ ଦେଶର ପ୍ରଗତିରେ ବାଧକ ସୃଷ୍ଟି କରେ। ଶ୍ରମିକଙ୍କ ଦିବସ ମନେଇବା ସ‌ହିତ, ଆମେ ଏହି ଉଦ୍ଧତ ରାଷ୍ଟ୍ରୀୟ ଉତ୍ତେଜନାକୁ ଶାନ୍ତି ଓ ସଂଳାପ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବା ଆବଶ୍ୟକ। ଉଭୟ ଦେଶରେ ଶାନ୍ତି ଓ ସ୍ଥିରତା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଧନ୍ୟବାଦ୍ 



Post a Comment

💬 We welcome your thoughts!
Please keep your comments respectful and relevant to the topic. All comments are moderated and may take some time to appear.

Previous Post Next Post