କୁଣ୍ଡାଝରି ଇ-ପତ୍ରିକା ନଭେମ୍ବର-୨୦୨୫|ସଂସ୍କରଣ -୧୭|Kundajhari Epatrika November-2025|Edition-17



କୁଣ୍ଡାଝରି ଇ-ପତ୍ରିକା ନଭେମ୍ବର -୨୦୨୫, ସଂସ୍କରଣ -୧୭

କୁଣ୍ଡାଝରି ଇ-ପତ୍ରିକା ନଭେମ୍ବର ୨୦୨୫
ନଭେମ୍ବର ୨୦୨୫


 ସମସ୍ତଙ୍କୁ ସାରସ୍ଵତ ପ୍ରଣାମ। ଜ୍ୟେଷ୍ଠ ମାନଙ୍କୁ ଯଥାଯଥ ଭକ୍ତି ସହ କନିଷ୍ଠ ମାନଙ୍କୁ ଅସରନ୍ତି ଶୁଭାଶୀର୍ବାଦ। ପବିତ୍ର ପ୍ରଥମାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରତି ସଂଖ୍ୟା ଭଳି ନଭେମ୍ବର - ୨୦୨୫ ସଂଖ୍ୟା ଟି ମଧ୍ୟ ଆପଣଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ।ଯଦି କିଛି ତ୍ରୁଟି ରହିଯାଇଥାଏ ମହାନ ହୃଦୟରେ କ୍ଷମା ଦେବେ। ଶାରୀରିକ ଅସୁସ୍ଥତା ଓ ବ୍ୟକ୍ତିଗତ କାର୍ଯ୍ୟଚାପରେ ପତ୍ରିକାଟି ପ୍ରକାଶ ପାଇବା କେବଳ ସମ୍ଭବ ହୋଇପାରିଛି, ଆପଣଙ୍କର ନିରୁତା ଭଲପାଇବା ଓ ଅକୁଣ୍ଠ ମାନସିକ ସହଯୋଗ ପାଇଁ।ଏଭଳି ସମସ୍ୟା ପାଇଁ ସାକ୍ଷାତକାର "ଅଳ୍ପରେ ଆଳାପ" ବିଭାଗ‌ ଟି ଏଥର ସ୍ଥାନିତ ହୋଇପାରୁନାହିଁ। ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ।ଆଗାମୀ ସଂଖ୍ୟା ଗୁଡିକରେ ସମସ୍ତ ବିଭାଗ ଗୁଡିକ ପୂର୍ବଭଳି ପ୍ରକାଶ ପାଇବା ପାଇଁ ଯତ୍ନବାନ ହେବୁ।

ବର୍ତ୍ତମାନ ଭାରତରେ ଏକ ପ୍ରମୁଖ ସମସ୍ୟା ଭାବେ ସାରା ବିଶ୍ବକୁ ହଲଚଲ କରିଦେଇଛି। ୨୦୨୫ ନଭେମ୍ବର ୧୦ ତାରିଖ ସନ୍ଧ୍ୟା, ଦିଲ୍ଲୀ ରେଡ଼ ଫର୍ଟ ମେଟ୍ରୋ ଷ୍ଟେସନ୍ ନିକଟରେ ଏକ ହ୍ୟୁଣ୍ଡାଇ ବାହନ ଭିତରେ ହୋଇଥିବା ବିସ୍ଫୋରଣ ଦେଶକୁ ଆନ୍ତରିକ ଅସ୍ଥିରତାରେ ହଲାଇ ଦେଲା। ଏହି ହମଲାରେ ୯-୧୩ ଜଣ ଲୋକଙ୍କ ମୃତ୍ୟୁ ଓ ଦୁଇ ଡଜନ ଲୋକ ଆହତ ହୋଇଥିବା ତଥ୍ୟ ଅପାର ଦୁଃଖ ଓ ନିନ୍ଦାର ଅଭିବ୍ୟକ୍ତିକୁ ପ୍ରବଳ କରିଛି । ଏହି ଦୁଃସାହସିକ ଆକ୍ରମଣ ପରେ ଦିଲ୍ଲୀ ପୁଲିସ, NIA, ଓ ଜମ୍ମୁ କାଶ୍ମୀର ପୁଲିସରେ ସଂଗଠିତ ତଦନ୍ତ ଦେଖାଯାଉଛି। ଇଣ୍ଟେଲିଜେନ୍ସ ଔର ମିଡିଆ ଉପସ୍ଥାପିତ ତଥ୍ୟ ଅନୁସାରେ ଏହା ଜଣେ ଡାକ୍ତର ଉମର ମହମ୍ମଦଙ୍କ ଦ୍ୱାରା ପ୍ରେରିତ ହୋଇଥିବା ଦୁଃଖଦ ଦୁର୍ଘଟନା । ଏହି ପ୍ରକାରର ଆତଙ୍କି ଆକ୍ରମଣ ସମସ୍ତଙ୍କୁ ଉତ୍ତେଜତ କରିଛି ।

ଆଜି ହିଁ ପଢନ୍ତୁ କୁଣ୍ଡାଝରି ଇ-ପତ୍ରିକା ପରିବାରର ଅକ୍ଟୋବର ସଂଖ୍ୟା 

ପ୍ରଶାସନ, ଆଇନ ଏବଂ ସମାଜର ପ୍ରତିଟି ହାତ ସଜାଗ ଓ ସଂଘଟନଦ୍ୱାରା ଏପ୍ରକାର ଆସୁରିକ କାର୍ଯ୍ୟ କୁ ରୋକିବା ଦ୍ରୁତ ପଦକ୍ଷେପ ନିଆଯିବା ଦରକାର। ପ୍ରତି ଭାରତୀୟ ନାଗରିକ ପାଇଁ ଏ ଅନୁପାଚାରିକ ଭୟକୁ ପାଥେୟ କରି ଏକତାର ଉପରେ ଅଖଣ୍ଡତା ଆବଶ୍ୟକ ।

ଦିଲ୍ଲୀ ବୋମା ବିସ୍ଫୋରଣ ଗୁରୁତ୍ୱପୂର୍ଣ୍ଣ ଦୁର୍ଭାଗ ଘଟଣା ଯାହାକି ଦେଶର ଏକତା, ସୁରକ୍ଷା ଓ ବିଶ୍ୱାସ ଉପରେ ପ୍ରବଳ ଆଘାତ ଦେଇଛି। ଅପରାଧୀଙ୍କ ପାଇଁ ଦୃଢ଼ ଅଂଶ, ଅନୁସନ୍ଧାନ ଓ ନ୍ୟାୟିକ ପଦକ୍ଷେପ ଆବଶ୍ୟକ, ସମାଜ ରକ୍ଷା ଏବଂ ଏକତା ଉପରେ ସମସ୍ତଙ୍କ ପ୍ରୟାସ ଦରକାର ।

ବନ୍ଦେ ଉତ୍କଳ ଜନନୀ.......

ଖୁବ୍ ଶୀଘ୍ର ଆସୁଛି ଡିସେମ୍ବର ୨୦୨୫ ସଂଖ୍ୟା 


Post a Comment

💬 We welcome your thoughts!
Please keep your comments respectful and relevant to the topic. All comments are moderated and may take some time to appear.

Previous Post Next Post